ବର୍ତ୍ତମାନ ର ଏହି ଫେସନେବୁଲ ଜମାନା ରେ କିଏ ବା ନଚାହେଁ ଟିକୁ ସୁନ୍ଦର ଦେଖା ଯିବା ପାଇଁ। କଲେଜ ରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ ଯୁଆଡେ କୁ ଆପଣ ବହରୁଛନ୍ତି ମନ ରେ କେବଳ ଗୋଟିଏ କଥା ଥାଏ କି ମୁଁ ଆଜି ସୁନ୍ଦର ଲାଗୁଛି ତ। କିନ୍ତୁ ଆପଣଙ୍କ ର ସୁନ୍ଦରତା ଉପରେ ବାଧା ପ୍ରାପ୍ତ କରିଥାଏ ମୁଁହ ରେ ବାହାରି ଥିବା ପିମ୍ପୁଲସ।ତେବେ ଏହି ପିମ୍ପୁଲସ କୁ ରିମୁଭ କରିବା ପାଇଁ ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଏଥିରେ ଫଳ ଓଲଟା ହେଉଛି, ମୁଁହରେ ଆହୁରି ଅଧିକ ପିମ୍ପୁଲସ ବାହାରୁଚି।
ତେବେ ଆମେ ଆପଣ ଙ୍କୁ କହିରଖୁଚୁ କି, ଆମର ଚର୍ମ ଅତ୍ୟଧିକ ଶୁଷ୍କ କିମ୍ବା ଅଧିକ ତେଲିଆ ହୋଇଥିଲେ ପିମ୍ପୁଲସ ବାହାରିବାର ସମ୍ଭାବନା ଅଧିକ ରହିଥାଏ। ତେବେ ଏହାକୁ ଆପଣ ଦୁରେଇବା କୁ ଚଂହୁଥିଲେ ତଥା ବହୁର କମ ସମୟ ରେ ମୁଁହ ର ଦାଗ ତଥା ବ୍ରଣ କୁ ହଟାଇ ସୁନ୍ଦର ଦେଖିବାକୁ ଚଂହୁଥିଲେ ଆମର ଏହି ଉପାୟ ଟିକୁ ଥରେ ନିଶ୍ଚିତ କରନ୍ତୁ।ତେବେ ଏହି ଉପାୟ ଟି କିପରି କରିବେ ଆସନ୍ତୁ ଜାଣିବା।
ଆବଶ୍ୟକ ସାମଗ୍ରୀ:-
ଏହି ରିମେଡି ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ଆପଣ ନିଜ ଘରେ ସହଜରେ ପାଇ ପାରିବେ। ତେବେ ସେହୁ ଗୁଡିକ ହେଉଛି:-
୧.ଅଟା
୨.ହଳଦୀ ଗୁଣ୍ଡ
୩.ଗୋଲାପ ଜଳ
୪.ଭିଟାମିନ E କ୍ୟାପ୍ସୁଲ
ପ୍ରସ୍ତୁତ କରିବେ କିପରି:-
ଏହି ରିମେଡି ଟି କୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ଅଟା ନିଅନ୍ତୁ ଏବଂ ଅଧା ଚାମଚ ହଳଦୀ ମିଶାଇ ସେଥିରେ ଗୋଟିଏ ଭିଟାମିନ E କ୍ୟାପ୍ସୁଲ କୁ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣ ରେ ଅଳ୍ପ ଅଳ୍ପ କରି ଗୋଲାପ ଜଳ ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତେବେ ଧ୍ୟାନ ରଖିବେ ଯେପରି ସବୁ ସାମଗ୍ରୀ ଗୁଡିକ ଠିକ ଭାବରେ ମିଶି ଯାଇଥିବ।
ବ୍ୟବହାର କିପରି କରିବେ:-
ଆପଣ ଏହି ରିମେଡି ଟିକୁ ରାତିରେ ପ୍ରସ୍ତୁତ କରି ରଖି ନିଅନ୍ତୁ ଏବଂ ସକାଳେ ଗାଧେଇବା ର ୫-୧୦ ମିନିଟ ପୂର୍ବରୁ ନିଜ ମୁଁହ କୁ ଧୋଇ ନିଅନ୍ତୁ। ଏବଂ ହାତ ରେ ଏହି ରିମେଡି କୁ ନେଇ ଭଲ ଭାବରେ ମୁଁହ ରେ ଲଗାଇ ନିଅନ୍ତୁ। ତେବେ ଭଲ ଭାବରେ ମୁଁହ ରେ ରିମେଡି ଟିକୁ ଲଗେଇବା ପରେ କିଛି ସମୟ ଛାଡି ଦିଅନ୍ତୁ ଏହା ପରେ ମୁଁହ କୁ ଧୋଇନିଅନ୍ତୁ ।
ଏହା କରିବା ଦ୍ୱାରା ଆପଣ ଙ୍କ ମୁଁହ ରେ ଭିନ୍ନ ଏକ ଗ୍ଲୋ ଆସିବା ସହ ଆଗରୁ ଥିବା ସବୁ ପୁରୁଣା ଦାଗ ଓ ଚିହ୍ନ କୁଆଡେ ଗାଏବ ହୋଇଯିବ।ଆଉ ଆପଣ ନିଜେ ନିଜେ ରୂପକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ରିମେଡି ଟିକୁ ଥରେ ନିଶ୍ଚିତ ପ୍ରୟୋଗ କରି ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।