ଭାଇରାଲ ଭିଡିଓ: ପ୍ରଥମ ଥର ପାଇଁ ହିନ୍ଦୀ ଗୀତ ଗାଇଲେ ଅଭିନେତା Babushan ! ଦେଖନ୍ତୁ Studio ରେ ରେକର୍ଡିଂ ସମୟର ଦୃଶ୍ୟ…
ଦମନ ଫିଲ୍ମର ସଫଳତା ପରେ ଗୋଟିଏ ପରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିବାରେ ଲାଗିଛି ଓଲିଉଡ ହିରୋ ବାବୁସାନ ଙ୍କୁ ।ବନ୍ଧୁମାନେ ଆପଣ ଦେଖୁଥିବେ ବର୍ତ୍ତମାନ ଓଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ମୋଡ଼ ଆଣି ଦେଇଛି ।ଆଉ ଦର୍ଶକ ମନେ ମଧ୍ୟ ଏହି ଫିଲ୍ମ ଦେଖି ଖୁବ ଖୁସି ଅଛନ୍ତି,
ତେବେ ଏହି ଫିଲ୍ମ ର ସଫଳତା ପରେ ବାବୁସାନ ଙ୍କୁ ଭିନ୍ନ ଭିନ୍ନ ଭାଷାରେ ଫିଲ୍ମ ଡବିଂ କରିବା ପାଇଁ ଇନ ଭାଇଟ କରାଯାଉଛି ।ତେବେ ନିକଟରେ ହିନ୍ଦୀରେ ଦମନ ଫିଲ୍ମ ଡବିଂ ପାଇଁ ଯାଉଥିବା ବେଳେ ବାବୁସାନ ଙ୍କ ସାଙ୍ଗରେ ଦେଖିବାକୁ ମିଳିଛି ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ।
ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ବାବୁସାନ ହିନ୍ଦୀ ରେ ଗୀତ ଗାଇବା ପାଇଁ ଯାଉଛନ୍ତି। ତେବେ ଦମନ ସିନେମା କୁ ହିନ୍ଦୀ ଡଵିଙ୍ଗ ହେବା ପରେ ବର୍ତ୍ତମାନ ବାବୁସାନ ଙ୍କୁ ବଲିଉଡ ତଥା ହିନ୍ଦୀ ରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଛି। ତେବେ ଘଟଣା ଟି ସାମ୍ନା କୁ ଆସିବା ପରେ ବାବୁସାନ ଙ୍କ ଫେନ ତଥା ସାରା ଓଡ଼ିଶା ବାସୀ ମାନେ ଖୁବ ଉକଣ୍ଠର ସହ ଅନେକ ବସିଛନ୍ତି ବାବୁସାନ ଙ୍କ ଏହି ହିନ୍ଦୀ ଗୀତ ଟିକୁ ଶୁଣିବା ପାଇଁ। ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ତାଙ୍କର ଅଭିନୟ ପାଇଁ ଯେତିକି ପରିଚିତ ତାଙ୍କର ସୁନ୍ଦର କଣ୍ଠ ସ୍ୱର ପାଇଁ ମଧ୍ୟ ସେତିକି ପରିଚିତ ଅଟନ୍ତି।
ତେବେ ଆପଣ ମାନେ ସମସ୍ତେ ଓଲିଉଡ ହିରୋ ବାବୁସାନ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ।ତେବେ ଓଡ଼ିଆ ସିନେମା ବର୍ତ୍ତମାନ ଖୁବ ଦୁର୍ନୀତି ଦେଇ ଗତି କରୁଥିବା ବେଳେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ଆଶା ଆଣିଦେଇଛି ।ତେବେ ବାସ୍ତବ ଷ୍ଟୋରୀ ଉପରେ ଏହି ଫିଲ୍ମ ତିଆରି ହେଇଛି ଆଉ ବାବୁସାନ ମଧ୍ୟ ଏଥିରେ ଖୁବ ନିଖୁଣ ଅଭିନୟ କରିଛନ୍ତି ।ତେଣୁ ବର୍ତ୍ତମାନ ଏହି ଫିଲ୍ମ କେବଳ ଓଡ଼ିଶାରେ ନୁହେ ବରଂ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।ଆଉ ଅନେକ ଭାଷାରେ ଏହି ଫିଲ୍ମକୁ ଡବିଂ କରିବାକୁ ପଡୁଛି, ତେବେ ଦର୍ଶକଙ୍କ ଖୁସିର କଥା ହେଉଛି ବର୍ତ୍ତମାନ ସବୁ ସ୍ଥାନରେ ବାବୁସାନ ଙ୍କ ସହିତ ତାଙ୍କ ସ୍ତ୍ରୀ ଅଛନ୍ତି ଆଉ ମୁମ୍ବାଇ ଗଲାବେଳେ ବି ଏଆରପୋର୍ଟ ରେ ବାବୁସାନ ସହିତ ତୃପ୍ତି ଙ୍କୁ ଦେଖିବାକୁ ମିଳିଥିଲା।
ତେବେ ଏହାକୁ ନେଇ ସମସ୍ତେ ଅନୁମାନ କରିଥିଲେ କି ବଧେ ବାବୁସାନ ଙ୍କ ର “ଦମନ” ସିନେମା ଟି ହିନ୍ଦୀ ଭାଷା ରେ ଡବିଙ୍ଗ ହେବା କୁ ଯାଉଛି ବୋଲି। ତେବେ ସମୟ କ୍ରମେ ତାହା ସତ ରେ ପରିପ୍ରକାଶ ହୋଇଥିଲା ଆଉ ବର୍ତ୍ତମାନ ଦମନ ସିନେମା ର ହିନ୍ଦୀ ଭର୍ସନ ସମସ୍ତେ ଦେଖିବାକୁ ମଧ୍ୟ ପାଇବେ। ସେହିପରି ବାବୁସାନ ମଧ୍ୟ ହିନ୍ଦୀ ରେ ଗୀତ ଗାଇବା ପାଇଁ ଯାଉଛନ୍ତି ଯାହାକୁ ନେଇ ସମସ୍ତେ ବେଶ ଆଗ୍ରହୀ ରହିଛନ୍ତି। ତେବେ ଆମେ ଆଶା କରିପାରିବୁ କି ବର୍ତ୍ତମାନ ଓଡ଼ିଆ ସିନେମା କୁ ଏକ ନୂଆ ସୁଯୋଗ ମିଳିଛି ନିଜର ପରିଚୟ କୁ ପୁଣି ଥରେ ନୂଆ ରୂପରେ ସୃଷ୍ଟି କରିବା ପାଇଁ। ତେବେ ଏହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।