Daily news update , Real odisha local news

ଦେଖନ୍ତୁ shocking ଭିଡିଓ. ସୁକାନ୍ତଙ୍କ ଦଶାହ କର୍ମରେ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇଲେ ଅବଢ଼ା….ଆଉ ତା ପରେ ଯାହା ଦୃଶ୍ୟ ଦେଖିବାକୁ ମିଳିଲା ଦେଖି ଆଶ୍ଚର୍ଯ୍ୟ ହେବେ…..

0 2,976

ଆଜି ହେଉଛି ଆଠଗଡ ର ରାଜନଗର ର ସୁନା ପୁଅ ଶୁକାନ୍ତ ଙ୍କ ର ଦଶାହ କ୍ରିୟା, ତେବେ ପୁଅ କୁ ହରାଇ ପୁରା ପରିବାର ଦୁଃଖ ରେ ରହିଥିବା ବେଳେ ନିଜ ର ଭୁଲ କୁ ପ୍ରାୟଶ୍ଚିତ କରି ଶୁକାନ୍ତ ଙ୍କ ପରିବାର ସହ କାନ୍ଧ ରେ କାନ୍ଧ ମିଳାଇ ଛିଡା ହୋଇଛନ୍ତି ରାଣୀ ପଣ୍ଡା।

ତେବେ ରାଣୀ ପଣ୍ଡା ଶୁକାନ୍ତ ଙ୍କ ର ଦଶାହ ରେ ୫୦୦ ଲୋକଙ୍କ ର ଅଭଡ଼ା ପଠାଇଛନ୍ତି ଶୁକାନ୍ତ ଙ୍କ ଘର କୁ। ଆଉ ଆଜି ପୁରୀ ରୁ ଅଭଡ଼ା ସିଧା ଆସି ପହଁଚି ଥିଲା ଶୁକାନ୍ତ ଙ୍କ ଘରେ।ତେବେ ଏହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ବର୍ତ୍ତମାନ ,ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି , ଗତ ୨୬ ତାରିଖ ରେ ରାନୀ ପଣ୍ଡା ବିଳମ୍ବିତ ରାତି ରେ ଏକ ବିବାହ ଉତ୍ସବ ରୁ ଫେରିବା ସମୟ ରେ ଆଠଗଡ଼ ଥାନା ଅଞ୍ଚଳ ରେ ରାନୀ ଙ୍କ କାର ଏକ ବାଇକ ଆରୋହି ଙ୍କୁ ଧକ୍କା ଦେଇଥିଲା। ତେବେ କାର ଧକ୍କା ଫଳରେ ଯୁବକ ଜଣଙ୍କ ଯିଏକି ସେହି ଆଠଗଡ଼ ଅଞ୍ଚଳ ର ସୁକାନ୍ତ କୁମାର ଦୂରକୁ ଛିଟକି ପଡିଥିଲେ। ତେବେ ସଂଗେ ସଂଗେ ଯୁବକ ଜଣ ଙ୍କୁ ଆଠଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ମାତ୍ର ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏହି ଦୁର୍ଘଟଣା ପରେ ରାନୀ ପଣ୍ଡା ଶୁକାନ୍ତ ଙ୍କ ପରିବାର କୁ ସାହାଯ୍ୟ କରିବେ ବୋଲି ଶପଥ କରିଥିଲେ। ଆଉ ତାହା ସେ କରି ଦେଖାଉଛନ୍ତି ମଧ୍ୟ। ତେବେ ପ୍ରଥମେ ସେ ଶୁକାନ୍ତ ଙ୍କ ପରିବାର କୁ ୫୦ ହଜାର ଟଙ୍କା ଦେଇଥିଲେ ଆଉ ବର୍ତ୍ତମାନ ସେ ତାଙ୍କର ଦଶାହ କ୍ରିୟା ରେ ପଠାଇଛନ୍ତି ପୁରୀ ଶ୍ରୀ ମନ୍ଦିର ର ପ୍ରସାଦ ଅଭଡ଼ା। ତେବେ ରାଣୀ ଶୁକାନ୍ତ ଙ୍କ ଘର କୁ ୫୦୦ ଲୋକଙ୍କ ର ଅଭଡ଼ା ପଠାଇଛନ୍ତି , ସେଥିରେ ସବୁ କିଛି ତଥା ପ୍ରସାଦ, ଡାଲି, ବେଶର ,ଶାଗ ସବୁ ରହିଛି। ତେବେ ଲୋକେ ଏହାକୁ ଖାଇବା ପରେ ସୁକାନ୍ତ ଙ୍କ ଆତ୍ମା କୁ ଶାନ୍ତି ମିଳିବ ବୋଲି ସେ ଆଶା କରିଛନ୍ତି।

ଖାଲି ଏତିକି ନୁହେଁ ବରଂ ଅଭିନେତ୍ରୀ ରାନୀ ପଣ୍ଡା ଶୁକାନ୍ତ ଙ୍କ ର ପୁରା ପରିବାର ର ଦାୟିତ୍ୱ ନେବା ସହ ତାଙ୍କର ପିଲା ମାନ ଙ୍କୁ ପାଠ ପଢେଇବା ର ଦାୟିତ୍ବ ମଧ୍ୟ ନେଇଛନ୍ତି। ଏବଂ ସବୁ ସମୟ ରେ ସେ ତାଙ୍କ ସହ ରହିଥିବା ର ଆପଣ ମାନେ ଦେଖୁଥିବେ। ଏବଂ ତାଙ୍କର ଦଶାହ ରେ ଅଭଡ଼ା ପଠାଇବା ବେଳେ ସେ ଭୋ ଭୋ ହୋଇ କାନ୍ଦି ଥିଲେ ମଧ୍ୟ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।ସମସ୍ତେ ରାଣୀ ଙ୍କ ର ଏହି କାମ କୁ ଖୁବ ପ୍ରଶଂସା କରିଛନ୍ତି ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.