Daily news update , Real odisha local news

VIRAL VIDEO – “ହର ହର ଶମ୍ଭୁ” ପରେ ମାର୍କେଟକୁ ଆସିଲା ଅଭିଲିପ୍ସାଙ୍କ ନୂଆ ଗୀତ… ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

0 562

ବନ୍ଧୁଗଣ ସଙ୍ଗୀତ ଏକ ସାଧନ ହୋଇଥାଏ , ଯାହା ଆମ ମନ ରେ ଏକ ଭିନ୍ନ ପ୍ରକାରର ତରଙ୍ଗ ସୃଷ୍ଟି କରିଥାଏ।ଯେତେବେଳେ ଆମେ ଏକ ଗୀତ ଶୁଣୁ ତାହା ଆମ ହୃଦୟ କୁ ଶାନ୍ତି ଦେଇଥାଏ ଏବଂ ମନ ମୁଗ୍ଧ ହୋଇଥାଏ ମଧ୍ୟ। ତେବେ ଯଦି ସେହି ଗୀତ ଟି ଗୋଟିଏ କୁନି ପିଲା ର ହୋଇଥାଏ ତାହା ଆମକୁ ଆହୁରି ଖୁସି ଓ ଆନନ୍ଦିତ କରି ଦେଇଥାଏ।

ଜୀବନ ହେଉଛି ଏକ ରଙ୍ଗମଞ୍ଚ ଆଉ ଏହି ରଙ୍ଗ ମଞ୍ଚ ରେ ସୁମଧୁର ସଙ୍ଗୀତ ଏକ ଭିନ୍ନ ସ୍ୱାଦ ଆଣି ଦେଇଥାଏ।ତେବେ ଆପଣ ମାନେ ଆମ ପ୍ରିୟ ଗାୟିକା ତଥା ଓଡ଼ିଶାର କଳାକାର ଅଭିଲିପ୍ସା ପଣ୍ଡା ଙ୍କୁ ଜାଣିଥିବେ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ନୂଆ ଗୀତ କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି। ତେବେ ଆପଣ ମାନେ ଜାଣିଛନ୍ତି କି କିଛି ଦିନ ପୂର୍ବରୁ ଅଭିଲିପ୍ସା ପଣ୍ଡା “ହର ହର ଶମ୍ଭୁ” ଗୀତ ଟି ଗାଈ ଖୁବ ଚର୍ଚ୍ଚା ରେ ଥିଲେ। ଆଉ ତାଙ୍କର ଏହି ଗୀତ ଟି ଏତେ ସୁନ୍ଦର ହୋଇଥିଲା କି କେହି ବି ଏହାକୁ ଶୁଣିଲେ ଆନନ୍ଦିତ ହୋଇ ଯାଉଥିଲେ ଆଉ ଗୀତ ଟି ବର୍ତ୍ତମାନ ପ୍ରାୟ ସମସ୍ତ ଙ୍କ ର ମୋବାଇଲ ରେ ଆପଣ ଦେଖିବା କୁ ପାଇବେ। ତେବେ ବର୍ତ୍ତମାନ ଅଭିଲିପ୍ସା ଙ୍କ ର ଅନ୍ୟ ଏକ ଗୀତ ଟି ଆସିଛି ଯାହାକି ଛୋଟ ପୂଜା ଉପଲକ୍ଷେ ରହିଛି।

ତେବେ ଅଭିଲିପ୍ସା ତାଙ୍କର ଏହି ନୂଆ ଗୀତ କୁ ନେଇ ସୋସିଆଲ ମିଡ଼ିଆ ରେ କହିଥିଲେ କି , ଆପଣ ମାନେ ମୋର ହର ହର ଶମ୍ଭୁ ଗୀତ ଟିକୁ ବହୁତ ଭଲପାଇବା ଦେଇଥିଲେ ଏବଂ ତାହାକୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ। ତେବେ ପୁଣି ଥରେ ମୋର ଏକ ନୂଆ ଗୀତ ଛୋଟ ପୂଜା ଉପଲକ୍ଷେ ମାର୍କେଟ କୁ କିଛି ଦିନ ତଳେ ଆସିଛି। ତେବେ ଏହି ଗୀତ ଟି ମଧ୍ୟ ଆପଣ ଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଗୀତ ଟିକୁ ଶୁଣନ୍ତୁ ।

ତେବେ ଏହା ସହ ଅଭିଲିପ୍ସା ସେହି ଗୀତ ଟି ର ଗୋଟିଏ ପଦ ଗାଇଛନ୍ତି ଆଉ କହିଛନ୍ତି କି ଏହା ବାସ ଗୋଟିଏ ପଦ ଥିଲା ଆପଣ ମାନେ ପୁରା ଭିଡ଼ିଓ ଟିକୁ ନିଶ୍ଚିତ ଭାବ ରେ ଦେଖନ୍ତୁ। ତେବେ ସେ ହେଉଛନ୍ତି ଆମ ଓଡ଼ିଶା ର କେଉଁଝର ଜିଲ୍ଲା ର ଝିଅ ଯିଏକି ହର ହର ଶମ୍ଭୁ ପାଇଁ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବ ରେ ତାଙ୍କର ଏହି ନୂଆ ଗୀତ ଟିକୁ ମଧ୍ୟ ଶୁଣନ୍ତୁ ଏବଂ ତାହାକୁ ନିଜର ମତ ଦିଅନ୍ତୁ। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.