ପୂଜା ସିଂଙ୍କ ସଚ୍ଚୋଟ ପଣିଆକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା : ଅଳିଆଗଦାରୁ ପାଇ ଫେରାଇ ଦେଲେ ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଚେନ;ଦେଖନ୍ତୁ କଣ କହୁଛି ଝିଅଟି
ବନ୍ଧୁମାନେ ଆମ ଦୁନିଆ ମଳି ମୁଣ୍ଡିଆ ଗରିବ ଲୋକଙ୍କୁ ସବୁବେଳେ ଖରାପ ନଜର ରେ ଦେଖିଥାଏ ।ଗରିବ ଭାବି ତାଙ୍କ ସମାଜ ତାଙ୍କ ଉପରେ ଚୋର ଡକାୟତ ର ଲାଞ୍ଚନା ଲଗାଇ ଥାଏ,ହେଲେ ବନ୍ଧୁମାନେ ସେହି ଗରିବ ଲୋକ ପାଖରେ କେତେ ବଡ଼ ହୃଦୟ ଥାଏ ତାହା ହୁଏତ ଆପଣ ଜାଣି ନଥିବେ ।
ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଆପଣ ଅନେକ ଭିଡ଼ିଓ ଦେଖୁଥିବେ ହେଲେ ଆଜି ଏମିତି ଏକ ଭିଡ଼ିଓ ଦେଖିଲେ ଆପଣଙ୍କ ପାଟିରୁ ଖାଲି ପ୍ରଶଂସା ହିଁ ବାହାରିବ ।ଗରିବ BMC କର୍ମଚାରୀ ସୁନା ଚେନ ଫେରାଇ ପ୍ରଶଂସା ର ପାତ୍ର ହେଉଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବେ, ତେବେ ପୁରା ଘଟଣା ଉପରେ ନଜର ଦେବା ।
ରାଜଧାନୀ ଭୁବନେଶ୍ବର ଯେଉଁଠି କେତେ କଣ ଘଟଣା ଘଟୁଛି, ତେବେ ଏହି ଭିଡ଼ ଭିତରେ ଯେଉଁଠି ଭଲ ମଣିଷ ଟିଏ ମିଳିବା ମୁସ୍କିଲ ସେହିଠାରେ ପୂଜା ସିଂ ନିଜର ବଡ଼ ହୃଦୟ ର ପ୍ରମାଣ ଦେଇଛନ୍ତି ।ତେବେ ଦର୍ଶକ ବନ୍ଧୁ ନିକଟରେ ଭୁବନେଶ୍ୱର ଏକ ଘଟଣା କୁ ନେଇ ସୋସିଆଲ ମେଡିଆରେ ଚର୍ଚ୍ଚା ହେଉଛି ।ତେବେ ଘଟଣା କିଛି ଏମିତି ଅଟେ କି ଜଣେ ବ୍ୟକ୍ତି ଙ୍କ 2 ଲକ୍ଷ ରୁ ଅଧିକ ଟଙ୍କା ର ସୁନା ଚେନ ଟିଏ ହଜି ଯାଇଥିଲା ।ହେଲେ ଭାଗ୍ୟକୁ ସେହି ଚେନ ଟି ଜଣେ BMC କର୍ମଚାରୀ ପାଇଥିଲେ ଆଉ ସେ ଚେନ ର ମାଲିକ ଙ୍କୁ ଖୋଜି ତାଙ୍କୁ ଚେନ ଟି ଫେରାଇ ଦେଇଥିଲେ ।
ତେବେ ଭୁବନେଶ୍ୱର ରେ ଜଣେ ଦମ୍ପତି ଭୁଲରେ ଚେନ କୁ ଫୁଲ ସହିତ ଫିଙ୍ଗି ଦେଇଥିଲେ ଆଉ BMC ଆସି ସେହି ଅଳିଆ କୁ ନେଇ ଯାଇଥିଲେ ।ଆଉ ଯେତେବେଳେ ସେହି ଦମ୍ପତି ଙ୍କ ଚେନ କଥା ମନେ ପଡ଼ିଲା ସେତେବେଳେ ତାଙ୍କର ମନେ ପଡ଼ିଲା କି ଚେନ ଫୁଲ ସହିତ ଅଳିଆ ରେ ଚାଲି ଯାଇଛି ।ତେଣୁ ସେମାନେ ବହୁତ ଚେଷ୍ଟା କଲେ ଚେନ ଖୋଜି ପାଇବା ପାଇଁ, ଅନ୍ୟପଟେ ସେହି ଚେନ ଟି ଅଳିଆ ଖୋଜିବା ବେଳେ ପାଇଥିଲେ BMC କର୍ମଚାରୀ ପୂଜା ସିଂ ।ତେବେ ପୂଜା ମଧ୍ୟ BMC ଅଫିସ ଖୋଜି ସେହି ଚେନ କୁ ଦେଇଥିଲେ ଏହାପରେ ଚେନ ଟି ଉକ୍ତ ଦମ୍ପତି ଫେରି ପାଇଥିଲେ ।
ଚେନ ଫେରି ପାଇବା ପରେ ଦମ୍ପତି ସହିତ ଅନ୍ୟ BMC କର୍ମଚାରୀ ମାନେ ପୂଜା ଙ୍କୁ ସମ୍ମାନିତ କରିବା ସହିତ ତାଙ୍କର କାମକୁ ଖୁବ ପ୍ରଶଂସା କରିଥିଲେ ।ତେବେ ଦମ୍ପତି କହିଥିଲେ ତାଙ୍କର ଗରିବ ଲୋକଙ୍କ ପ୍ରତି ଯେଉଁ ଚିନ୍ତାଧାରା ଥିଲା ଆଜି ତାହା ବଦଳିଗଲା ।ଆଉ ଏହି କଥା କହିବା ବେଳେ ସେମାନଙ୍କ ଆଖିରୁ ଲୁହ ଝରି ଆସିଥିଲା, ଏହା ବ୍ୟତୀତ ପୂଜା ପୁରା ଦୁନିଆ ପାଇଁ ଏକ ବହୁତ ବଡ଼ ପ୍ରେରଣା ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।