ପୁଣି ନୂଆ ରୂପରେ ନଜର ଆସିଲେ କେ ଦୀପିକା, ରାସ୍ତା ମଝିରେ ଅଣ୍ଟା ଭିଡ଼ି ଯୁବକଙ୍କ ସହିତ କଲେ ଦମଦାର ଫାଇଟ ।ତେବେ ବନ୍ଧୁମାନେ ଇଏ ଆଉ କେହି ନୁହନ୍ତି ସେହି କେ ଦୀପିକା, ଯିଏ ଦିନେ ନିଜ ହକ ପାଇଁ ଦିନେଶ୍ ର ଘର ଆଗରେ ଧାରଣା ଦେଇଥିଲେ ।ଆଉ ଆଜି ପୁଣି ଚର୍ଚ୍ଚାରେ ଦୀପିକା କିନ୍ତୁ ଏଠାରେ କୌଣସି ଧାରଣା ପାଇଁ ନୁହେଁ ବରଂ ନିଜର ଫାଇଟ ପାଇଁ ଆଲୋଚନା ର ପାତ୍ରୀ ହେଇଛନ୍ତି ।
ତେବେ ଆପଣ ନିଜେ ଦେଖୁ ନାହାଁନ୍ତି କେମିତି ଦୀପିକା ଅଣ୍ଟା ରେ ଶାଡୀ ଭିଡି ଜଣେ ଯୁବକ ଙ୍କୁ ଘୋଷାଡି ଆଣୁଛନ୍ତି ।ତେବେ ଏମିତି କାହିଁକି ହେଉଛି ସେଥିପାଇଁ ଚାଲନ୍ତୁ ନଜର ଦେବା ପୁରା ଘଟଣା ଉପରେ ।
ତେବେ ବର୍ତ୍ତମାନ ସମାଜରେ ଅନେକ ଘଟଣା ଘଟାଇ ଲୋକମାନେ ମୁଖ୍ୟ ଆକର୍ଷଣ ପାଲଟି ଯାଇଛନ୍ତି ।ତେବେ କିଛି ମାସ ତଳେ ଯେଉଁ କେ ଦୀପିକା ନିଜ ପୁଅ ଓ ନିଜ ପାଇଁ ହକ ଦାବି କରି ନିଜ ପ୍ରେମିକର ଘର ଆଗରେ ଧାରଣା ଦେଇଥିଲେ ତାହାକୁ ନେଇ ଖୁବ ଆଲୋଚନା ହେଉଥିଲା ।ଆଉ ଏବେ କିଛି ମାସ ଏହି ଘଟଣା କୁ ନେଇ କୌଣସି ଆଲୋଚନା ନଥିବା ବେଳେ ପୁଣି ଏକ ନୂଆ ଘଟଣା କୁ ନେଇ ସାମ୍ନା କୁ ଆସିଛନ୍ତି କେ ଦୀପିକା ।ତେବେ ରାତି ଅଧରେ ଟ୍ରାଫିକ ପୋଲି ଛକ ପଛ ପଟେ ଦୀପିକା ଓ ଜଣେ ଯୁବକ ଙ୍କ ଭିତରେ ଖୁବ ଜୋରରେ ଭିଡ ଭିଡି ଘଟୁଛି ଆଉ ପୋଲିସ ଆସି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରି ବି ବିଫଳ ହେଉଛନ୍ତି ।
ସୂଚନା ଅନୁଯାୟୀ ରାତି ପ୍ରାୟ 9.30 ପରେ ଦୀପିକା ଗାନ୍ଧିନଗର ଥିବା ଦୋକାନ ପେଟ ହାଉସ ବନ୍ଦ କରି ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ କିଛି ଖରାପ କଥା କହି ଗାଳି କରିଥିଲେ ।ଆଉ ଏହାକୁ ଶୁଣି ଦିପିକା ରାଗିଯାଇ ସେହି ବ୍ୟକ୍ତିର କଲର ଧରି ତାଙ୍କ ସହିତ ମାଡ଼ଗୋଳ କରୁଥିଲେ ।ସେହି ସମୟରେ ଦୀପିକା ଏତେ ରାଗି ଯାଇଥିଲେ ବାରମ୍ବାର ଶାଡୀ ଅଣ୍ଟାରେ ଭିଡୁଥିଲେ କିନ୍ତୁ ଯୁବକ କୁ ଛାଡି ନଥିଲେ ।ଆଉ ଏହି ଘଟଣା ଶୁଣି ଯେତେବେଳେ ପୋଲିସ ଆସି ଉଭଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ଯୁବକ ଙ୍କ ସପଖରେ ଥିବା ଲୋକମାନେ ଯୁବକଙ୍କୁ ସୋପର୍ଟ କରିଥିଲେ ।
ତେବେ ଏମିତି ଏକ ଘଟଣା ଦୀପିକା ଙ୍କୁ ନେଇ ଏବେ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଥିବା ବେଳେ ଦୀପିକା ଦେଖାଇ ଦେଇଛନ୍ତି କି ଜଣେ ମହିଳା କୁ ଅସହାୟ ମାନିବା ଠିକ ନୁହେଁ ।ତେଣୁ କେହି ବି ଯୁବକ ଯଦି ଏମିତି ଏକୁଟିଆ ମହିଳାଙ୍କୁ ଖରାପ ବ୍ୟବହାର କରିବେ ତାହେଲେ ତାଙ୍କୁ ଏମିତି ଦଣ୍ଡ ବି ମିଳିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।