ବନ୍ଧୁମାନେ ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି କି ଜଣେ ସଫଳ ବ୍ୟକ୍ତି ପଛରେ ଅନେକ ଦୁଃଖଦ କାହାଣୀ ରହିଥାଏ ଯାହା ବିଷୟରେ ଦୁନିଆ ଖୁବ କମ ଜାଣିଥାଏ ।ତେବେ ଜଣେ ବ୍ୟକ୍ତି ଙ୍କୁ ଦୁଃଖ କଷ୍ଟ ଯେ କେମିତି ହୀରା ପରି ଚମକାଇ ଦିଏ ତାହା ଆପଣ ଜଣେ ସଫଳ ବ୍ୟକ୍ତି ର ସଫଳତା ପୂର୍ବର କାହାଣୀ ଜାଣିଲେ ହିଁ ବୁଝି ପାରିବେ ।
ତେବେ ବନ୍ଧୁମାନେ ଆପଣ ତ ଓଡ଼ିଶାର ଯୁବ ବୈଜ୍ଞାନିକ ଶେଷ କିଷାନ ଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି ।ହେଲେ ଆପଣ ହୁଏତ ଏହା ଜାଣି ନଥିବେ କି ବୈଜ୍ଞାନିକ ହେବା ପୂର୍ବରୁ ତାଙ୍କ ଜୀବନ କେତେ ଦୁଃଖ ଭରା ଥିଲା, ତେବେ ଆସନ୍ତୁ ଆଜି ଶେଷ ଙ୍କ ବିଷୟରେ କିଛି ଅଜଣା କଥା କୁ ଜାଣିବା ।
ତେବେ ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକ ଅନ୍ତର୍ଗତ ବଲାସିଂହା ଗାଁ ର ଗରିବ ଆଦିବାସୀ ଘରେ ଜନ୍ମ ଗ୍ରହଣ କରିଥିଲେ ଶେଷ ।ଖୁବ ଛୋଟ ବେଳୁ ସେ ନିଜ ମାଆ ବାପା ଙ୍କୁ ହରେଇ ଥିଲେ ଆଉ ଏହାପରେ ସେ ନିଜ ସାନ ଭଉଣୀ ସହ ଦୁଃଖ କଷ୍ଟ ରେ ଜୀବନ ବିତାଉଥିଲେ ।ହେଲେ ଦୁର୍ଭାଗ୍ୟ କେବେ ତାଙ୍କ ସାଥ ଛାଡି ନଥିଲା ରୋଗିଣା ଭଉଣୀକୁ ସାଙ୍ଗରେ ଧରି ନିଜେ ଘରର ସବୁ କାମ କରିବା ସହିତ ଶେଷ ନିଜ ପାଠ ପଡ଼ା କୁ ଜାରି ରଖିଥିଲେ ।ଛୋଟ ବୟସରୁ ଗାଈ ଚରେଇବା ଠାରୁ ଆରମ୍ଭ କରି ଅନେକ ଛୋଟ ବଡ଼ କାମ କରିଥିଲେ ଶେଷ ।
ତେବେ ଶେଷ ଭଲ ପାଠ ପଡୁଥିବାରୁ ଗାଁ ଲୋକମାନେ ଶେଷ କୁ ପାଠ ପଡାଉଥିଲେ ଆଉ ପଞ୍ଚମ ଶ୍ରେଣୀରେ ନବୋଦୟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବ ପରେ ଶେଷ ନବୋଦୟ ସ୍କୁଲ ରେ ପାଠ ପଡୁଥିଲେ ।ଏହା ପରେ ଶେଷ ଭୁବନେଶ୍ୱର ର ନାଇଜର ରେ ପାଠ ପଢ଼ିଥିଲେ, ଆଉ ଧିରେ ଧିରେ ସେ ନିଜ ଜ୍ଞାନ ବଳରେ ଆଜି ଜଣେ ଏତେ ବଡ଼ ବୌଜ୍ଞାନିକ ହେଇ ପାରିଛନ୍ତି ।ତେବେ ସେ ପୁଟିନ ଜେନ ବିଶ୍ୱ ବିଦ୍ୟାଳୟ ରେ ଜୁନିୟର ବୌଜ୍ଞାନିକ ଭାବେ କାମ କରିବା ପରେ 2018 ମସିହାରୁ ଜର୍ମାନୀ ରେ ବୌଜ୍ଞାନିକ ଭାବରେ କାମ କରି ଆସୁଛନ୍ତି ।
ବର୍ତ୍ତମାନ ଶେଷ ନିଜ ଗୋଡ଼ରେ ଠିଆ ହେବା ସହିତ ନିଜ ଗାଁର ପିଲାଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକ ନିଯୁକ୍ତି କରିବା ସହିତ ଭଉଣୀ ର ମୃତ୍ୟୁ ପରେ ଘରେ ମଧ୍ୟ ପିଲାଙ୍କୁ ପାଠ ପଡିବାରେ ଦେଇ ଦେଇଛନ୍ତି ।ତେବେ ଯେଉଁ ଶେଷ ଙ୍କୁ ଆପଣ ବର୍ତ୍ତମାନ ଜାଣିଛନ୍ତି ତାଙ୍କ ଜୀବନରେ ଏତେ କିଛି ଦୁଃଖ ରହିଛି ଯାହା ଆପଣ ମନେ ଆଗରୁ କେବେ ଜାଣି ନଥିବେ ।ଆଉ ତାଙ୍କ ବିଷୟରେ ଏହି କଥା ଗୁଡିକ ଜାଣିବା ପରେ କେମିତି ଲାଗିଲା ନିଶ୍ଚିତ ଜଣାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।