Daily news update , Real odisha local news

Gold Price: ପୁଣି ଆଜି ଶସ୍ତା ହେଲା ସୁନା ଏବଂ ରୂପାର ଦର

0 162

ବନ୍ଧୁମାନେ ସୁନା ରୁପା ଗହଣା ପ୍ରତି ସମସ୍ତ ଙ୍କ ନଜର ରହିଥାଏ, ଗରିବ ଖଟିଖିଆ ମଣିଷ ସବୁବେଳେ ଅପେକ୍ଷା କରିଥାନ୍ତି କି କେତେ ବେଳେ ଟିକିଏ ଦର କମିଳେ ସେମାନେ କିଛି ଗହଣା ତିଆରି କରିବେ ।ତେବେ ଏଣିକି ସମସ୍ତଙ୍କ ପାଇଁ ଖୁସିର କଥାକି ସୁନା ରୁପା ଦର କମି ଯାଇଛି ।

ତେବେ ନିକଟ ରେ ବଜେଟ ବିଲ ପାସ ହେଇଚି ଆପଣ ଜାଣିଛନ୍ତି ଆଉ ଏହି ବିଲ ଅନୁସାରେ ଏଣିକି ଆପଣ ପ୍ରତି 10 ଗ୍ରାମକୁ 104 ଟଙ୍କା ହ୍ରାସରେ ସୁନା କିଣି ପାରିବେ ।ଏହା ଛଡା ଆଉ କେତେ କେମିତି ବର୍ତ୍ତମାନ ସୁନା ରୁପା ର ରେଟ ରହିଛି ନଜର ଦିଅନ୍ତୁ ।

ତେବେ ଆପଣ ଦେଖୁ ଥିବେ ବି ନିକଟରେ ସୁନା ଦର ଖୁବ ବୃଦ୍ଧି ହେଇଥିବା ସହିତ ଗତ ଅଗଷ୍ଟ ମାସରେ ଏହାର ଦର 56,200 ରେ ପହଁଚି ଯାଇଥିଲା ।ଆଉ ଏହାପରେ ସୁନା ଦର ଠିକ ରେ କମି ନଥିଲା ତେବେ ନିକଟରେ ଏହି ବର୍ଷର ବଜେଟ ବିଲ ପାସ ହେଇଥିଲା ।ଆଉ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ଭାବେ ସୁନା ଦର କମିବା ଆରମ୍ଭ କରିଥିଲା ।ଆଉ ଆଜି ସକାଳେ
Multi Commodity Exchange (MCX) ରେ ସୁନା ରୂପାର ନୂଆ ଦର ଅନୁସାରେ କାମ ଆରମ୍ଭ ହେଇଥିଲା ।

ସୂଚନା ଅନୁଯାୟୀ ଆଜି ସକାଳେ Multi Commodity Exchange (MCX) ରେ ସୁନା ରୂପାର ନୂଆ ଦର ଦାମ କୁ ନେଇ କାରବାର ଆରମ୍ଭ ହେଇଥିଲା ଯାହା ପରେ ଜଣା ପଡିଥିଲା କି ପ୍ରତି 10 ଗ୍ରାମକୁ 104 ଟଙ୍କା ହ୍ରାସରେ ସୁନା କିଣି ପାରିବେ ।ଆଉ ଏହି ହିସାବ ରେ ବର୍ତ୍ତମାନ ସୁନା ଦର 47,152 ଥିବା ବେଳେ ରୂପା ର ବି ଦର କମିଛି ।ତେବେ ରୁପା ପ୍ରତି କିଲୋଗ୍ରାମକୁ 192 ଟଙ୍କା ହ୍ରାସ ହେବା ସହିତ ବର୍ତ୍ତମାନ 68,546 ଟଙ୍କାରେ କାରବାର ଚାଲୁ ରହିଛି ।ତେବେ ଫେବୃଆରୀ 1 ରେ MCX ରେ ସୁନା ଦର ପ୍ରତି 10 ଗ୍ରାମକୁ 48,720 ଟଙ୍କା ରହିଥିଲା ।

ଏହା ପରେ ଫେବୃଆରୀ 2ରେ ବି ଦର କମି 47, 825 ଟଙ୍କା ରହିଥିଲା, ଏମିତି ଫେବୃଆରୀ 3 ରେ 47,816 ଟଙ୍କା, ଫେବୃଆରୀ 4 ରେ 46, 715 ଟଙ୍କା ଓ ଫେବୃଆରୀ 5 ରେ 47,256ଟଙ୍କା ସୁନା ଦର ରହିଥିଲା ।ଏସବୁ ବ୍ୟତୀତ ଦିଲ୍ଲୀ ର ସର୍ରାଫା ବଜାରରେ ଗତ ଶୁକ୍ରବାର ଦିନ ସୁନା ଦର ପ୍ରତି 10 ଗ୍ରାମକୁ 46,738 ଟଙ୍କା ରହିଥିଲା ।ତେବେ ବର୍ତ୍ତମାନ ଏମିତି ସୁନା ଦର କମୁଥିବା ବେଳେ ଆପଣ ଙ୍କ ପାଇଁ ଏହା ଏକ ସୁଯୋଗ ଅଟେ ତେଣୁ ଆପଣ ଇଛା ମୁତାବକ ଗହଣା ତିଆରି କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.