ବନ୍ଧୁମାନେ ଆଜିକାଲି ସୁନ୍ଦର ଦେଖା ଯିବାକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ସମସ୍ତଙ୍କ ପାଖରେ ସେତିକି ଅର୍ଥ ଓ ସମୟ ନଥାଏ କି ସେମାନେ ସୁନ୍ଦରତା ପାଇଁ ଅଧିକ କିଛି କରିବା ପାଇଁ ।ତେବେ ଆପଣଙ୍କ ଘରେ ଏମିତି ବହୁତ ସାମଗ୍ରୀ ରହିଛି ଯାହାକୁ ବ୍ୟବହାର କରି ଆପଣ ଅଳ୍ପ ସମୟରେ ଓ ଖୁବ କମ ଖର୍ଚ୍ଚରେ ସୁନ୍ଦର ରିମେଡି ତିଆରୀ କରିପାରିବେ ଆଉ ଏହାକୁ ଆପଣ ନିଜ ସୁନ୍ଦରତା ବଡାଇବା କାମରେ ବ୍ୟବହାର କରିପାରିବେ ।
ତେବେ ଆମେ ଆପଣଙ୍କ ପାଣି ଆଜି ଗୋଟିଏ ଘରୋଇ ଫେସିଆଲ ଉପାୟ ନେଇ ଆସିଚୁ, ଏହି ଘରୋଇ ଫେସିଆଲ ଉପାୟ ରେ କୌଣସି କେମିକାଲ ନଥିବା ସହିତ ତ୍ୱଚା ପାଇଁ ବହୁତ ଲାଭଦାୟୀ ।ତେବେ ଆସନ୍ତୁ ସେହି ରିମେଡି ଗୁଡିକ ବିଷୟରେ ଜାଣିବା ।
ପ୍ରଥମ ଉପାୟ:-
-ଫେସଉଆସ ପାଇଁ ଆପଣଂକୁ ମାତ୍ର ଦୁଇଟି ଜିନିଷ ଜିନିଷ ଦରକାର ବେଶନ ଓ କଞ୍ଚା କ୍ଷୀର, ତେବେ ଗୋଟିଏ ବାଉଲ ରେ ଗୋଟିଏ ଚାମୁଚ ବେଶନ ନିଅନ୍ତୁ ତାପରେ ସେଥିରେ ଗୋଟିଏ ଚାମୁଚ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।ତାପରେ ନିଜ ଫେସ କୁ ଭଲ ଭାବରେ ଧୋଇ ନେଇ ଏହି ପେଷ୍ଟ କୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ ତାପରେ ଖାଲି ପାଣିରେ ଫେସ କୁ ଭଲ ଭାବେ ଧୋଇ ଦିଅନ୍ତୁ ।
ଦ୍ଵିତୀୟ ଉପାୟ:-
-ଏହି ଉପାୟ ପାଇଁ ଆପଣଂକୁ ଆବଶ୍ୟକ ସାମଗ୍ରୀ ଗୁଡିକ- ଚାଉଳ ଗୁଣ୍ଡ,ମସୁର ଡାଲି ଗୁଣ୍ଡ, କଫି ଗୁଣ୍ଡ,ଚିନି,ଦହି ।ଏବେ ଆପଣ ଅଳ୍ପ ଚାଉଳ ଗୁଣ୍ଡ,ଅଳ୍ପ ମସୁର ଡାଲି ର ଗୁଣ୍ଡ,ଗୋଟିଏ କଫି ପାଉଡର ଓ ଅଧା ଚାମୁଚ ଚିନି ଗୁଣ୍ଡ କୁ ଗୋଟିଏ ପାତ୍ରରେ ରଖି ସବୁକୁ ଭଲ ଭାବେ ମିଶାଇ ନିଅନ୍ତୁ ।ତାପରେ ସେହି ଗୁଣ୍ଡ ଗୁଡିକରେ ଆପଣ ଅଳ୍ପ ଦହି ପକାଇ ସବୁକୁ ଭଲ ଭାବରେ ଗୋଳାଇ ନିଅନ୍ତୁ ।ଏବେ ଆପଣଙ୍କ ର ଏହି ପେଷ୍ଟ ତିଆରି ହେଇ ସାରିଛି ଯାହାକୁ ଆପଣ ଫେସ ସ୍କର୍ବ ପାଇଁ ବ୍ୟବହାର କରି ପାରିବେ ।ନିଜ ଫେସରେ 2 ମିନିଟ ସ୍କର୍ବ କରି ତାପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ତୃତୀୟ ଉପାୟ:-
-ଏହି ଉପାୟ ପାଇଁ ଆପଣ ଗୋଟିଏ ପାତ୍ରରେ ଅଧା ଚାମୁଚ ବିଲାତି ରସ ଓ ଗୋଟିଏ ଚାମୁଚ ଏଲୋଭେରା ଜେଲ ମିଶାନ୍ତୁ ।ତାପରେ ଏହାକୁ ନିଜ ଫେସରେ 10 ମିନିଟ ଯାଏ ଲଗାଇ ମସାଜ କରନ୍ତୁ ।ତାପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ଚତୁର୍ଥ ଉପାୟ:-
-ଏହି ଉପାୟରେ ଆପଣ ଏକ ଚାମଚ ମୁଲତାନି ମାଟି,ଏକ ଚାମଚ ଚନ୍ଦନ ପାଉଡର,ଦୁଇ ଚାମଚ ଦହି ଓ ଅଧା ଚାମଚ କମଳା ରସ କୁ ଗୋଟିଏ ପାତ୍ରରେ ରେ ରଖି ଭଲ ଭାବରେ ଗୋଳାନ୍ତୁ ।ତାପରେ ଏହାକୁ ଫେସ ପେକ ପରି ବ୍ୟବହାର କରନ୍ତୁ ।10 ରୁ 15 ମିନିଟ ଫେସରେ ଏହାକୁ ଲଗାଇବା ପରେ ଆପଣ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ ।ଏହି ଫେସିଆଲ ସରିବା ପରେ ଆପଣ ନିଜ ଫେସରେ ମୟୁଶ୍ଚୁରାଇଜର ବ୍ୟବହାର କରନ୍ତୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।